କ୍ଷୀପ୍ରଗତିରେ ଚାଲିଛି ରଥନିର୍ମାଣ
ପୁରୀ: ତିନି ରଥରେ ୩୦ ମହାରଣା, ୩୦ ଭୋଇ ସେବକ, ଚାରି ଜଣ କରାତି, ୧୨ ଜଣ ଓଝା ବା କମାର ସେବକ, ଦୁଇଜଣ ତୁମ୍ବ ବିନ୍ଧ କାରିଗର ଏବଂ ଜଣେ ପାଣି ଯୋଗାଣ ସହାୟକ ଏଭଳି ୭୯ ଜଣ ସେବକଙ୍କୁ ନେଇ ଆଜି ରଥକାର୍ଯ୍ୟ ହୋଇଥିଲା।
ନନ୍ଦିଘୋଷ, ତାଳଧ୍ବଜ ଓ ଦେବୀଦଳନ ତିନିରଥ ପାଇଁ ଆବଶ୍ୟକ ୪୨ଟି ତୁମ୍ବମଧ୍ୟରୁ ୩୯ଟି ଗୋଲେଇ କାର୍ଯ୍ୟ ଶେଷ ହୋଇଛି। ଏହି ୩୯ଟି ତୁମ୍ବରେ ସୂତାରି ମହାରଣାଙ୍କ ସୂତା ବାଡ଼ିଆ କାର୍ଯ୍ୟ ମଧ୍ୟ ଆଜି ସମ୍ପୂର୍ଣ୍ଣ ହୋଇଛି।
ତୁମ୍ବ ବିନ୍ଧ ପାଇଁ ପ୍ରତି ରଥର ଦୁଇଟି ଲେଖାଁଏ ତୁମ୍ବର ଘେର କଟା କାର୍ଯ୍ୟ କରତି ସେବକ କରିଛନ୍ତି। ଅନ୍ୟପକ୍ଷରେ ଆଜି ଦୋଳ ବେଦୀର କମାର ଶାଳରେ ଓଝା ସେବକମାନେ ଦୁଇ ହଳ ଲେଖାଁଏ ପନ୍ଦାରି ନିର୍ମାଣ କରିଛନ୍ତି।